ରାଜ୍ୟ

ବଲାଙ୍ଗିରରୁ ଆସିଛି ବର୍ବର କାଣ୍ଡ : ନିଶା ଦେଇ ବୃଦ୍ଧଙ୍କ ଆଖି ତାଡିନେଲେ !

Spread the love

ଲୋଇସିଂହା ବୁରଡା ସମ୍ପର୍କୀୟଙ୍କ ଘରୁ ନିଜଘରକୁ ଫେରୁଥିବା ବେଳେ ବୃଦ୍ଧଙ୍କୁ ବାଟରେ ଅଟକାଇ ଆକ୍ରମଣ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ଲିଫ୍ଟ ଦେବାକୁ କହିଥିଲେ । ଇନସାନଙ୍କ ଘର ନିକଟରେ ଥିବାରୁ ସେ ମନା କରିଥିଲେ ।  ପରେ ପଛପଟୁ ଆସି ବେକକୁ ଜାବୁଡି ଧରି କୌଣସି ନିଶା ପିଆଇ ବେହୋସ କରିଥିବା ଅଭିଯୋଗ ହୋଇଛି ।  ପରେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଇନସାନ ପାଟି କରିବାରୁ ଦୃର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ବୃଦ୍ଧଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ତାହା ଜଣାଅପଡ଼ିନାହିଁ ।  ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *