5ଟି ସଚିବଙ୍କୁ କଳାପତାକା ଦେଖାଇ ବିରୋଧ
5ଟି ସଚିବ ଭି କେ ପାଣ୍ଡିଆନଙ୍କୁ କଳାପାତାକା ଦେଖାଇ ବିରୋଧ କରାଯାଇଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଗସ୍ତରେ ଅଛନ୍ତି 5 ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ ବାଇରୋଡ଼ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ତାଙ୍କୁ କଳା ପାତାକା ଦେଖାଇ ବିରୋଧ କରାଯାଇଛି । ଗତକାଲି ସୁବର୍ଣ୍ଣପୁରରେ ବିରୋଧ ଓ ଅଣ୍ଡାମାଡ଼ ପରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା । କେବଳ ଆମ୍ବଗାଁ ର 5 ଟି ସ୍କୁଲ ଓ ପଡିଆରେ କାର୍ଯ୍ୟକ୍ରମ ରହିଥିବାବେଳେ ଏହାକୁ ଜୋର ସୋର ବିରୋଧ କରିଛି ବିଜେପି । ଆସିବା ପୂର୍ବରୁ ବିଜେପିର ଶତାଧିକ କର୍ମୀ ବିଭିନ୍ନ ନାରା ଦେବା ସହ କଳାପତାକା ଦେଖାଇ ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇଁ ଡାଙ୍ଗ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର 4 ଜୋନ ଜିଲ୍ଲାପରିଷଦ ସଭ୍ୟ କଣ୍ଟାମାଳ ମଣ୍ଡଳ ସଭାପତି ଓ କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।
