ଭୁବନେଶ୍ୱରରୁ ହଟିବେ ସମସ୍ତ ଉଠା ଦୋକାନୀ
୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏନେଇ ମଙ୍ଗଳବାର ମେୟର ସୂଚନା ଦେଇଛନ୍ତି । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ନାଲି ଆଖି ଦେଖାଇଲେ ମେୟର । ଏହା ସହ ଉଠା ଦୋକାନୀକୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍ ଦିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।ଏପରିକି ଦୋକାନ ରେଜିଷ୍ଟର କରିଥିବା ଦୋକାନୀ ଭେଣ୍ଡିଂ ଜୋନ୍ରେ ସ୍ଥାନ ପାଇବେ ଓ ଦୋକାନ ପାଖ ସଫା ରଖିବାକୁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

