ଆଞ୍ଚଳିକବ୍ୟକ୍ତିତ୍ୱ

ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ ହେଲେ ଡ଼ ସୁକାନ୍ତି ମିଶ୍ର

Spread the love

ଭୁବନେଶ୍ୱର : ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଡିଭାଇନ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଆୟୋଜିତ ବିଶ୍ୱ ମହିଳା ଦିବସ ଅବସରରେ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି ଡ଼ ସୁକାନ୍ତି ମିଶ୍ର | ଉଲ୍ଲେଖନୀୟ ସେବା କାର୍ଯ୍ୟ ତଥା ବିଶେଷ କରି ମହିଳା ସଶକ୍ତିକରଣ ପାଇଁ ଦୀର୍ଘ ଦିନ ହେବ କାମ କରି ଆସୁଥିବା ଡ଼ ସୁକାନ୍ତି ମିଶ୍ରଙ୍କୁ ବ୍ରହ୍ମକୁମାରୀ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା | ସାମାଜିକ କାର୍ଯ୍ୟରେ ସାରା ଦେଶରେ ଜଣାଶୁଣା ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଭାବେ ଡ଼ ମିଶ୍ର ଦୀର୍ଘ ଦିନ ହେବ ସଫଳତାର ସହ ଦାୟିତ୍ୱ ତୁଲାଇ ଆସୁଛନ୍ତି | ତା ସହ ମୁମ୍ବାଇରୁ ପ୍ରକାଶିତ ଏକମାତ୍ର ଓଡ଼ିଆ ଖବର କାଗଜ ‘ ମୁମ୍ବଇ ଓଡ଼ିଆ ସମାଜ ‘ ର ପ୍ରକାଶକ ସହ ବମ୍ବେ ଓଡ଼ିଆ ୱମେନ ଆସୋସିଏସନ ସହ ମଧ୍ୟ ଜଡିତ ଅଛନ୍ତି | ଗୋଷ୍ଠୀଗତ ସହଭାଗିତା ଦ୍ୱାରା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଅଛି |

ସମ୍ବର୍ଦ୍ଧିତ ହେବା ପରେ ଡ଼ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଏହି ସମ୍ମାନ ସମ୍ବର୍ଦ୍ଧନା ଏକ ଗୁରୁଦାୟିତ୍ୱ | ଏହା ମୋତେ ଆହୁରି ଅଧିକ ସମୟ ସମାଜିକ କାମ କରିବା ପାଇଁ ପ୍ରେରଣା ଦେବ | ତା ସହ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ ଏଭଳି ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ |

ବ୍ରହ୍ମା କୁମାରୀ ଡିଭାଇନ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଆୟୋଜିତ ଉତ୍ସବରେ ବ୍ରହ୍ମାକୁମାରୀ ତପସ୍ୱିନୀ, ପଦ୍ମଶ୍ରୀ ସାବରମତୀ, ରାଜଯୋଗୀନି ବ୍ରହ୍ମାକୁମାରୀ ଲୀନା ଦିଦି, ସାହିତ୍ୟିକା ଇତିରାଣୀ ସାମନ୍ତ ଏବଂ ବିଶିଷ୍ଟ ସମାଜସେବୀ ତଥା CYSD ର ପ୍ରତିଷ୍ଠାତା ଜଗଦାନନ୍ଦ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *