ମାତୃ ସମ୍ମିଳନୀ କାନନେଶ୍ୱର ମନ୍ଦିର

କାନନ ବିହାର ଫେଜର ମାଆ ମାନଙ୍କ ଦ୍ୱାରା ସତସଙ୍ଗ ମାତୃ ସମ୍ମିଳନୀ (22/09/2024) ଅନୁଷ୍ଠିତ ହୋଇଯାଇଛି | ଏହି ମାତୃ ସମ୍ମିଳନୀ କୁ ଶ୍ରୀମତୀ ଗୀତାଞ୍ଜଳି ବିଶ୍ୱାଳ , ଶ୍ରୀ କଂଜୁଲାତା ବେହେରା, ଶାନ୍ତିଲତା ମା , ରିତା ଦାସ ଏବଂ ସରସ୍ବତୀ ଦାସ ପ୍ରମୁଖ ଆୟୋଜନ କରିଥିଲେ |
କାନନେଶ୍ୱର ମନ୍ଦିରର କର୍ତ୍ତୃପକ୍ଷ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଧଳା ଏବଂ ସତସଙ୍ଗ ବିହାର ତରଫରୁ ଶ୍ରୀଯୁକ୍ତ ଅଭୟ କୁମାର ପରିଡା ଏଥିରେ ଯୋଗଦାନ କରିଥିଲେ | କାନନେଶ୍ୱର ମନ୍ଦିରର ଆଖପାଖ ଅଞ୍ଚଳରୁ ଶ୍ରୀମତୀ ସୁଭଦ୍ରା ଦାସ , ଶ୍ରୀମତୀ ପାଲିଟ , ଶ୍ରୀମତୀ ଅନି ଲେଙ୍କା , ଶ୍ରୀମତୀ ଅଞ୍ଜଳି ମୁଦୁଲି ,ରେଣୁପ୍ରଭା ମହାନ୍ତି , ଦୀପ୍ତିରାଣୀ ଚକ୍ର , ମାନୁ ମା ପ୍ରମୁଖ ପ୍ରାୟ ଶତାଧିକ ବିଶିଷ୍ଠ ମହିଳାମାନେ ଯୋଗଦାନ କରିଥିଲେ |
ଏହି ସତସଙ୍ଗ ରେ ବରିଷ୍ଠ ସଦସ୍ୟା ଶ୍ରୀମତୀ ଚପଳା ସେନାପତି ଅଧକ୍ଷତା କରିଥିଲେ | ଶ୍ରୀମତୀ ମାନିନୀ , ଶ୍ରୀମତୀ ବେଦଶ୍ରୀଅପର୍ଣ୍ଣା ସାହୁ , ଶ୍ରୀମତୀ ମହେଶ୍ୱତା ବେହେରା ଏବଂ ଧୃପ୍ତି ବେହେରା ପ୍ରମୁଖ ସୁନ୍ଦର ଭାବେ ଶ୍ରୀ ଶ୍ରୀ ଠାକୁରଙ୍କର ଭଜନ କୀର୍ତ୍ତନ ପରିବେଷଣ କରିଥିଲେ | ଶ୍ରୀମତୀ ଗୀତାଞ୍ଜଳି ବିଶ୍ୱାଳ ସମସ୍ତ ଅତିଥି ଙ୍କର ପରିଚୟ ପ୍ରଦାନ କରି ବର୍ତ୍ତମାନ ପରିପ୍ରେକ୍ଷୀ ରେ ଶ୍ରୀ ଶ୍ରୀ ଠାକୁରଙ୍କୁ ସମସ୍ତେ ଧରିକି ଚାଲିବା ଏବଂ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ର ଆଦେଶକୁ ମାନି ଦୀକ୍ଷାପତ୍ର କାର୍ଯ୍ୟ କୁ ଆଗେଇ ନେବାପାଇଁ ଆହ୍ୱାନ କରିଥିଲେ |
ଶ୍ରୀମତୀ ଶ୍ରାବଣୀ ନାୟକ ଏବଂ ଶ୍ରୀମତୀ ଭାରତୀ ମିଶ୍ର ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ଉପରେ ଆଲୋଚନା କରିଥିଲେ | ଶ୍ରୀମତୀ ସରସ୍ବତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସତସଙ୍ଗ ରେ ଏବଂ କାନନ ବିହାର ବାସିନ୍ଦା ମାନଙ୍କ ମଧ୍ୟରେ ପ୍ରାୟ ପାଞ୍ଚଶହ ବ୍ୟକ୍ତି ଙ୍କ ପାଖରେ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ପହଂଚିବା ପାଇଁ ଶ୍ରୀ କୃପାନିଧି ବିଶ୍ୱାଳ , ସୁଶାନ୍ତ କୁମାର ବେହେରା ଏବଂ ଶ୍ରୀ ଅରୁଣ କୁମାର ପଟ୍ଟନାୟକ ସକ୍ରିୟ ସହଯୋଗ କରିଥିଲେ |
ଇ ସତ୍ୟ ସରବରାହ ସଂସ୍ଥା ତରଫରୁ ଶ୍ରୀ ସତ୍ୟରଞ୍ଜନ ପ୍ରଧାନ ଏହି ସତସଙ୍ଗ ର ବିବରଣୀ କୁ ପ୍ରସାର ପାଇଁ ପଦକ୍ଷେପ ନେବାଦ୍ବାରା ପ୍ରାୟ ହଜାର ହଜାର ବ୍ୟକ୍ତି ଏହାକୁ ଉପଭୋଗ କରିଥିଲେ | ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ଏହି ସଂସାରରେ ଅଛି ଯେତେ ନଗର ଆଦି ଗ୍ରାମ ସର୍ବତ୍ର ପ୍ରଚାରିତ ହେବ ଏହି ଶତନାମ ଆଜି ସାକାର ହେବାକୁ ଯାଉଛି |

