ରାଜ୍ୟ

ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ,ଡଙ୍ଗାରେ ପାର୍‌ ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

Spread the love

ଜୁଆରିଆ ନଈରେ ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ପାଠ ପଢ଼ିବାକୁ ‌ହେଲେ ହଂସୁଆ ନଈକୁ ପ୍ରତିଦିନ ଡଙ୍ଗାରେ ପାର୍‌ ହେବାକୁ ପଡ଼ିବ। ଅନ୍ୟଥା ପାଠପଢ଼ା ବନ୍ଦ। ରାଜ୍ୟର ଅନ୍ୟତମ ଆଗୁଆ ତଥା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜଗତସିଂହପୁର ଜିଲ୍ଲାରେ ଏଭଳି ଚିତ୍ର ସାମନାକୁ ଆସିଛି। ସବୁଠୁ ବଡ଼ କଥା ନିଜ ଗାଁ କି ପାଖ ଗାଁରେ ହାଇସ୍କୁଲଟିଏ ନାହିଁ। ହାଇସ୍କୁଲରେ ପଢ଼ିବା ପାଇଁ ହେଲେ ହଂସୁଆ ନଦୀ ପାର ହୋଇ ପ୍ରାୟ ୩ କିଲୋମିଟର ଦୂର ଆମ୍ବିକି ଯିବାକୁ ପଡୁଛି। ସବୁ ଦିନ ରଶି ଧରି ଡଙ୍ଗାରେ ନଦୀ ପାର ହେବାକୁ ପଡ଼ୁଛି। ବର୍ଷା ଦିନ ହେଲେ ପରିସ୍ଥିତି ଆହୁରି ସଙ୍ଗିନ। ଏରସମା ବ୍ଲକ ଜପା ପଞ୍ଚାୟତ ଅନ୍ତର୍ଗତ ଦହିବର ଗାଁର ୪୦ ରୁ ଅଧିକ ପିଲା ହାଇସ୍କୁଲରେ ପଢ଼ିବା ପାଇଁ ପ୍ରତିଦିନ ଏଭଳି ଜୀବନକୁ ବାଜି ଲଗାଉଛନ୍ତି।

Leave a Reply

Your email address will not be published. Required fields are marked *