ଦେଶ ବିଦେଶ

ଦିଲ୍ଲୀରେ ଆଜିଠୁ ଲାଗୁହେଇଛି ଜିଆର୍‌ଏପି-୪

Spread the love

ଥଣ୍ଡା ଆରମ୍ଭ ହେବା ମାତ୍ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ଚ୍ୟାଲେଞ୍ଜ ପାଲଟିଯାଏ । ଏଥିରୁ ବର୍ତ୍ତିବା ପାଇଁ ସରକାର ବିଭିନ୍ନ ପ୍ରକାରର ନିୟମ ପାଳନ କରନ୍ତି । କିନ୍ତୁ ଏହା କିଛି ଲାଭଦାୟକ ହୁଏନାହିଁ ।ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ କରାଯାଇଛି । ଫଳରେ ମୁକାବିଲା ପାଇଁ ଆଜିଠୁ ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ ହୋଇଛି । ଗ୍ରାପ-୪ ଲାଗୁ ହେବା ପରେ ପ୍ରଦୂଷଣ ସ୍ତର ଗମ୍ଭୀର ସ୍ଥିତିରେ ଦେଖି କଡା ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *