ଇସ୍ତଫା ଦେଲେ ଦିଲ୍ଲୀ ବିଧାନସଭା ନିର୍ବାଚନର ବରିଷ୍ଠ ଆପ୍ ନେତା କୈଳାସ ଗେହଲଟ
ଦିଲ୍ଲୀ ବିଧାନସଭା ନିର୍ବାଚନର ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଗେହଲଟଙ୍କ ଏଭଳି ପଦକ୍ଷେପ ଦ୍ବାରା ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ସେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି- ‘ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଆଜି ଆମ୍ ଆଦମୀ ପାର୍ଟି ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଯେଉଁ ମୂଲ୍ୟବୋଧ ଆପ୍କୁ ଏକାଠି କରିଥିଲା ତାହା ସଙ୍କଟରେ ପଡ଼ିଛି। ଆମ ରାଜନୈତିକ ଆକାଂକ୍ଷା ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ପଛରେ ପକାଇ ଦେଇଛି ଏବଂ ଅନେକ ପ୍ରତିଶ୍ରୁତି ପୂରଣ ହୋଇନାହିଁ ।’ ଏହା ସହିତ ଆପ୍ ଆବାହକ ଅରବିନ୍ଦ କେଜ୍ରିଵାଲଙ୍କୁ ଲେଖିଥିବା ଏକ ପୃଥକ ଚିଠିରେ ଗେହଲଟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।ଆପ୍ ଦଳରେ ରହି ଦିଲ୍ଲୀବାସୀଙ୍କ ସେବା କରିବା ସମ୍ଭବ ହେଉନଥିବାରୁ ସେ ଦଳ ଛାଡ଼ିବା ନିଷ୍ପତ୍ତି ନେଲେ ବୋଲି କହିଛନ୍ତି।
