ଦେଶ ବିଦେଶ

ସାଉଦି ଆରବରେ ଫସିଛନ୍ତି 40 ଦାଦନ ଶ୍ରମିକ

Spread the love

ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ କାହାଣୀ । ସାଉଦିଆରବରେ ଫସିଥିବା ଦାଦନ ଶ୍ରମିକଙ୍କ ଭିଡିଓ ଭାଇରାଲ୍ । ନିର୍ଯାତନା ସହ ଅତ୍ୟାଚାର କରାଯାଉଥିବା ଅଭିଯୋଗ ସହ ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ସାଉଦି ଆରବରେ 40 ଜଣ ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ 30 ଜଣ ଓ ଆନ୍ଧ୍ରର 10 ଜଣ ଶ୍ରମିକ ରହିଛନ୍ତି। 2022 ମସିହା ମେ ମାସରେ 6 ମାସ ଭିସା ଦେବା ସହ ଗୋଟିଏ ବର୍ଷ ଏଗ୍ରିମେଣ୍ଟ କରିଥିଲା ସାଉଦି ଆରବର ନିର୍ଦ୍ଦିଷ୍ଟ କମ୍ପାନୀ । କିନ୍ତୁ ବର୍ତ୍ତମାନ 6 ମାସର ଭିସା ସରିବା ସହ ଗୋଟାଏ ବର୍ଷର ଏଗ୍ରିମେଣ୍ଟ ସରିଲାଣି । ତଥାପି କୌଣସି ଭିସା କରୁନାହିଁ କି ଭାରତକୁ ପଠାଇବାର କୌଣସି ବ୍ୟବସ୍ଥା କରୁନାହଁ ସମ୍ପୃକ୍ତ କମ୍ପାନୀ । ଏମିତିକି ଯେଉଁମାନେ କାମ କରିଛନ୍ତି ସେମାନଙ୍କୁ ଦରମା ମଧ୍ୟ ଠିକରେ ମିଳୁନଥିବା ଅଭିଯୋଗ ହୋଇଛି । 4 ମାସରେ ଥରେ ଦରମା ଦେଇଛନ୍ତି । ଯାହା କି ବହୁତ କମ୍ । ଖାଇବା ମଧ୍ୟ ଗ୍ରହଣୀୟ ନୁହେଁ । ତେଣୁ ସେମାନେ ନିରୁପାୟ ହୋଇ ଉଦ୍ଧାର ପାଇଁ ଗୁହାରି କରିଛନ୍ତି ।

Leave a Reply

Your email address will not be published. Required fields are marked *