ମନୋରଞ୍ଜନ

ମିସ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ଜିତିଛନ୍ତି ଡେନମାର୍କ କଣ୍ଟେଷ୍ଟାଣ୍ଟ ଭିକ୍ଟୋରିଆ କେଜିର୍

Spread the love

ମେକ୍ସିକୋ ସିଟିର ଏରିନା ସିଡିଏମ୍‌ଏକ୍ସରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର୍‌ ଥିଲ୍‌ଭିଗ ୭୩ତମ ମିସ୍ ୟୁନିଭର୍ସ ମକୁଟ ହାସଲ କରିଛନ୍ତି। ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଶ୍ୱର ୧୨୫ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ  ଭିକ୍ଟୋରିଆ ଡେନମାର୍କ ପାଇଁ ପ୍ରଥମ ବିଜୟ ଆଣିଛନ୍ତି। ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗଶ୍ରୀ ଏବଂ ଭେନେଜୁଏଲାର ଇଲିଆନା ମାର୍କେଜ୍ ମଧ୍ୟ ସାମିଲ ଥିଲେ, ଯେଉଁମାନେ ଚଳିତ ବର୍ଷର ଇଭେଣ୍ଟରେ ପ୍ରତିଭା ଏବଂ ସୌନ୍ଦର୍ଯ୍ୟର ବିବିଧ ପ୍ରତିନିଧିତ୍ୱ ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭିକ ରାଉଣ୍ଡରେ ସଫଳତା ହାସଲ କରି ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିବା ଭାରତର ରିୟା ସିଂହା ଶ୍ରେଷ୍ଠ ୧୨ରେ ପ୍ରବେଶ କରିବା ପ୍ରକ୍ରିୟାରେ ବିଫଳ  ହୋଇଥିଲେ।

Leave a Reply

Your email address will not be published. Required fields are marked *