ମନୋରଞ୍ଜନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହେବାକୁ ଯାଉଛି ବାୟୋପିକ୍ !

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କ ଉପରେ ବାୟୋପିକ୍ ଘୋଷଣା କରାଯାଇଛି । ଯାହାର ନାଁ ମା’ ବନ୍ଦେ: ଦି ଆନ୍ଥେମ୍ ଅଫ୍ ଏ ମା’ ହେବାକୁ ଯାଉଛି । ଏଥିରେ ମାଲାୟାମ୍ ଅଭିନେତା ଉନ୍ନି ମୁକୁନ୍ଦନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମଟି କ୍ରାନ୍ତି କୁମାର ସିଏଚ୍ ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମରେ ମୋଦିଙ୍କ ପିଲାଦିନରୁ ଆରମ୍ଭ କରି ରାଜନୈତିକ ପର୍ଯ୍ୟନ୍ତ କ୍ୟାରିୟର ଯାତ୍ରା ଦେଖିବାକୁ ମିଳିବ ।

ବର୍ତ୍ତମାନ ଏହି ଫିଲ୍ମର ଏକ ପୋଷ୍ଟର ଅଭିନେତା ତାଙ୍କ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଏହା ଏକ ଏଭଳି ବ୍ୟକ୍ତିତ୍ବଙ୍କ କାହାଣୀ, ଯାହା ଯୁଗ ଯୁଗକୁ ରହିବ । ଏହା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବାୟୋପିକ୍ ତିଆରି ହେବା ପ୍ରଥମ ନୁହେଁ । ଏହା ପୂର୍ବରୁ ମୋଦିଙ୍କ ବାୟୋପିକ୍ ୨୦୨୯ରେ ପ୍ରସ୍ତୁତ ହୋଇ ରିଲିଜ କରିଥିଲା । ଯେଉଁଥିରେ ବିବେକ ଓବେରୟଙ୍କୁ ମୋଦିଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା ।

ଯଦି ଅଭିନେତା ଉନ୍ନି ମୁକୁନ୍ଦନଙ୍କ କଥା କୁହାଯାଏ ତେବେ ସେ ମାର୍କୋ ଫିଲ୍ମରେ ତାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । ମାର୍କୋ ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା । ଯାହା ଫ୍ୟାନ୍ସଙ୍କୁ ଖୁବ୍ ଆକର୍ଷିତ କରିଥିଲା । ୨୦୨୪ରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *