ମନୋରଞ୍ଜନ

ସୁଟିଂ ସମୟରେ ଆହତ ହୋଇଛନ୍ତି ଗାୟିକା ତୁଲସୀ କୁମାର

Spread the love

ଚଣ୍ଡିଗଡ଼ରେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟରେ ଆହତ ହୋଇଛନ୍ତି ଗାୟିକା ତୁଲସୀ କୁମାର । ତୁଲସୀ କୁମାର ଚଣ୍ଡିଗଡ଼ରେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓର ସୁଟିଂ ପାଇଁ ପହଞ୍ଚିଥିବା ବେଳେ ତାଙ୍କ ସହ ଏହି ବଡ଼ ଦୁର୍ଘଟଣା ଘଟିଥିଲା |  ତାଙ୍କ ଉପରେ ଏକ ବଡ଼ କାଠ ପଟା ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାଯାଇଛି।। ସୁଟିଂରେ ଥିବା କ୍ରୁ ସଦସ୍ୟଙ୍କ ଚିତ୍କାର ଶୁଣି ତୁଳସୀ ଆଗକୁ ଆସିବାକୁ ‌ଚେଷ୍ଟା କରିଥିଲେ ବି ପଟାଟି ତାଙ୍କ ଅଣ୍ଟାରେ ପଡ଼ିଯାଉଛି। ଏହା ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗୁଛି। ଯାହା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ କ୍ରୁ ସଦସ୍ୟ ତାଙ୍କ ପାଖକୁ ଆସି ସାହାଯ୍ୟ କରନ୍ତି।ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହା ବ୍ୟତୀତ ପ୍ରଶଂସକମାନେ ମଧ୍ୟ ଗାୟକଙ୍କ ବିଷୟରେ ଚିନ୍ତା ପ୍ରକଟ କରୁଛନ୍ତି।

Leave a Reply

Your email address will not be published. Required fields are marked *