ମନୋରଞ୍ଜନ

ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ,‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ

Spread the love

ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଭାରତ ସମେତ ସାରା ବିଶ୍ୱରେ ଚଳହ ପକେଇଛି। ଏହି ଚଳଚ୍ଚିତ୍ର ଲଣ୍ଡନରେ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ଲଣ୍ଡନରେ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସ୍ୱତନ୍ତ୍ର ସ୍କ୍ରିନିଂରେ ସନ୍ନି ଦେଓଲ ଯୋଗ ଦେଇଥିଲେ। ଏହି ସମୟରେ ଲଣ୍ଡନ ରାସ୍ତାରେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମିଥିଲା। ସନ୍ନି ଦେଓଲ ଲଣ୍ଡନ ରାସ୍ତାରେ ଢୋଲର ତାଳେ ତଳେ ନାଚୁଥିବାର ନଜର ଆସିଥିଲେ। ସେ ପ୍ରଶଂସକଙ୍କ ସହ ନାଚିଲେ ଏବଂ ସେମାନଙ୍କ ସହ ହାତ ମିଳାଇଲେ।

ସନ୍ନି ୨୧ ଅଗଷ୍ଟରେ ଲଣ୍ଡନର ଲିସେଷ୍ଟର୍ ସ୍କ୍ୱାୟରର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରିଥିଲେ। ଏହି ସମୟରେ ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- ‘ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା’

ଲଣ୍ଡନରେ ହାଇ କମିଶନ ଅଫ୍ ଇଣ୍ଡିଆ ପାଇଁ ଗଦର ୨ ର ସ୍କ୍ରିନିଂ ସ୍ୱତନ୍ତ୍ର ଭାବେ ଆୟୋଜିତ ହୋଇଥିଲା। ‘ଗଦର ୨’ର ସ୍କ୍ରିନିଂ ଲଣ୍ଡନର ଲିସେଷ୍ଟର ସ୍କୋୟାରର ସବୁଠାରୁ ସ୍ୱତନ୍ତ୍ର ସିନେମାରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଅନେକ ସ୍ୱତନ୍ତ୍ର ଚଳଚ୍ଚିତ୍ରର ରେଡ୍ କାର୍ପେଟ୍ ପ୍ରିମିୟର୍ ହୋଇଥାଏ। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସନ୍ନି ଦେଓଲ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ଏହି ଅବସରରେ ସନ୍ନି ଦେଓଲ କହିଛନ୍ତି, “ଗଦର ଏକ ଏମିତି ଚଳଚ୍ଚିତ୍ର ଥିଲା ଯାହାକୁ ଆମେ ଦୁଇ ଦଶନ୍ଧି ପୂର୍ବରୁ ତିଆରି କରିଥିଲୁ। ସେହି ସମୟରେ ମଧ୍ୟ ଏହି ଚଳଚ୍ଚିତ୍ରଟି ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ଏହା ଆମ ଇତିହାସରେ ସବୁଠାରୁ ଅଧିକ ଦେଖାଯାଇଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଗଲା। ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ କରିବା ପାଇଁ ମୁଁ ବହୁତ ଭୟଭୀତ ଥିଲି କାରଣ ଏହା ଏକ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଥିଲା ଏବଂ ମୁଁ ଦ୍ୱିତୀୟ ଫିଲ୍ମକୁ ନେଇ କିପରି ଆଗକୁ ଯାଇପାରିବ୍ ଇ ମୁଁ ବୁଝି ପାରୁ ନଥିଲି।”

ଏହା ସହିତ ଯୋଡି ସେ ଆହୁରି କହିଛନ୍ତି “କିନ୍ତୁ କୋଭିଡ୍‌ ସମୟରେ ନିର୍ଦ୍ଦେଶକ ଅନିଲ ଶର୍ମା ଏବଂ ଲେଖକ ଶକ୍ତିମାନ ଏହି ବିଚାର ନେଇ ଆସିଥିଲେ ଏବଂ ହଠାତ୍ ଆମ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଏବଂ ଆମେ କହିଥିଲୁ, ଠିକ ଅଛି, ଚାଲ ଏହାକୁ ପ୍ରସ୍ତୁତ କରିବା। ଆଶାକରେ, ମୁଁ ଆଗକୁ ମଧ୍ୟ ଏମିତି କାମ ଜାରି ରଖିବି, କାରଣ ମୁଁ ପ୍ରକୃତରେ ସେହି ମୁହୂର୍ତ୍ତକୁ ଭଲପାଇବାକୁ ଚାହେଁ ଏବଂ ମୁଁ ମୋର ପଦକ୍ଷେପକୁ ଠିକ୍ ନେବାକୁ ଚାହେଁ।”

Leave a Reply

Your email address will not be published. Required fields are marked *