ରାତିରେ ସ୍ତ୍ରୀ ସହ ବଚସା କଲେ ସ୍ବାମୀ, ସକାଳୁ ମୃତ ଘୋଷଣା କଲେ ଡାକ୍ତର
ଘରୋଇ କଳିରୁ ଅଘଟଣ । ସ୍ତ୍ରୀ ବଚସା ହେବାରୁ ଆତ୍ମହତ୍ୟା କଲା ସ୍ବାମୀ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଏନଏସି ଓ୍ବାର୍ଡ ନମ୍ବର ୨ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି ଓ୍ବାର୍ଡ ନମ୍ବର ୨ର ବାସିନ୍ଦା ରବି ମୁଣ୍ଡାଙ୍କର ମଙ୍ଗଳବାର ରାତିରେ ତାଙ୍କ ସ୍ତ୍ରୀଙ୍କ ସହିତ ବଚସା ହୋଇଥିଲା । ରବି ମୁଣ୍ଡା ବିବାହିତା ହୋଇଥିବା ବେଳେ ତାଙ୍କର ଦୁଇଟି ପିଲା ଅଛନ୍ତି । ସ୍ତ୍ରୀ ସହ ବଚସା କରି ରାତିରେ ରବି ବିଷ ପିଇ ଦେଇଥିବା ଅନୁମାନ କରୁଛନ୍ତି ପରିବାର ଲୋକ । ରାତିରେ ରବିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ବୁଧବାର ରବି ମୁଣ୍ଡାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି ।
ସେପଟେ ମୃତକ ରବି ମୁଣ୍ଡାଙ୍କ ଭାଉଜ କହିଛନ୍ତି, ରାତିରେ ରବିଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖି ଆମେ ମେଡିକାଲରେ ଭର୍ତ୍ତି କରିଥିଲୁ ।

