କ୍ରୀଡା

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ

Spread the love

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ। ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ୪୯ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହିଥ୍ ଷ୍ଟ୍ରିକ । ହିଥଙ୍କ ମୃତ୍ୟୁ ନେଇ ସାଥୀ ଖେଳାଳି ସୋସିଆଲ ମିଡିଆରେ ସୂଚନା ଦେବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଜିମ୍ବାୱେ କ୍ରିକେଟ ଟିମ୍ ପାଇଁ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସେ ଜିମ୍ବାୱେ ଦଳର ନେତୃତ୍ୱ ନେଇଥିଲେ । ଷ୍ଟ୍ରିକ ଜିମ୍ବାୱେ ତରଫରୁ ୬୫ ଟେଷ୍ଟ ଏବଂ ୧୮୯ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ଦେଶର ଏକମାତ୍ର ଖେଳାଳି ଭାବରେ ୧୦୦ରୁ ଅଧିକ ୱିକେଟ ହାସଲ କରିଛନ୍ତି ହିଥ୍ ଷ୍ଟ୍ରିକ ।

Leave a Reply

Your email address will not be published. Required fields are marked *