କ୍ରୀଡା

ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଭାରତ ଜିତିଲା ସ୍ବର୍ଣ୍ଣ

Spread the love

4 ଦେଶ ଭିତ୍ତିକ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଭାରତ ଜିତିଲା ସ୍ବର୍ଣ୍ଣ । ଓଡ଼ିଶାର ପ୍ରମୋଦ ଭଗତ ଯୁଗଳରେ ସ୍ୱର୍ଣ୍ଣ ଜିତିବା ସହ ଏକକ ଓ ମିଶ୍ରିତ ଯୁଗଳରେ ୨ ରୌପ୍ୟ ପଦକ ଜିତିଛନ୍ତି । ଦୀପ ରଞ୍ଜନ ବିଶୋଇ ଯୁଗଳରେ ରୋପ୍ୟ ପଦକ । ଓଡ଼ିଶାରୁ ୪ ଖେଳାଳୀଙ୍କ ସହ କୋଚ୍ ଶିବ ପ୍ରସାଦ ଦାସ ମଧ୍ୟ ଦଳରେ ସାମିଲ ଥିଲେ । ଫାଇନାଲରେ ପ୍ରମୋଦ ଓ ସୁକାନ୍ତ ଯୁଗଳ ଯୋଡି ନିଜ ଦେଶର ତଥା ଓଡିଶାର ଅନ୍ୟତମ ଯୁଗଳ ଯୋଡି ଦୀପ ରଞ୍ଜନ ବିଶୋଇ ଓ ମନୋଜ ସରକାରଙ୍କୁ ପରାସ୍ତ କରିଥିଲେ ।

ପ୍ରମୋଦ ଓ ସୁକାନ୍ତ ସିଧାସଳଖ ୨୧-୧୭, ୨୧-୧୭ରେ ପରାସ୍ତ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ଅନ୍ୟପଟେ ଦୀପ ଓ ମନୋଜଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ସେହିପରି ମିଶ୍ରିତ ଯୁଗଳ ଫାଇନାଲରେ ଇଣ୍ତୋନେସିଆରର ହିକମତ ରାମଦାନୀ ଓ ଲାଇନି ରତ୍ରୀ ଓକଟିଲାଙ୍କଠାରୁ ୧୭-୨୧, ୧୭-୨୧ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି । ଏକକ ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଇଂଲଣ୍ତର ଡାନିଏଲ ବେଥେଲଙ୍କଠାରୁ ଫାଇନାଲରେ ୦୮-୨୧, ୧୦-୨୧ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଓଡିଶାର ଅନ୍ୟତମ ଦୁଇ ଖେଳାଳି ଦିଲେଶ୍ବର ରାଓ ଓ ଶୁଭ୍ରଜିତ୍ ମହାରଣା ଯୁଗଳ ଗ୍ରୁପ୍ ମ୍ୟାଚରୁ ପରାଜୟ ବରଣ କରିଥିଲେ ।

 

Leave a Reply

Your email address will not be published. Required fields are marked *