ବଜ୍ରପାତରେ ଟଳି ପଡିଲେ ଚାଷୀ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଇନ୍ଦିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଆଖୁ କିଆରୀରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡିଲେ ଚାଷୀ । ମୃତ ଚାଷୀ ଜଣଙ୍କ ଇନ୍ଦିପୁର ଗାଁର କୃଷ୍ଣଚନ୍ଦ୍ର ରାଉଳ। କୃଷ୍ଣଚନ୍ଦ୍ର ରାମିଆଳ ନଦୀ କୂଳରେ ଥିବା ନିଜ ଆଖୁ କିଆରୀ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ।
ପରିବାର ଲୋକେ ଅଗ୍ନିଶମ ବାହିନୀ ଗାଡି ସାହାଯ୍ୟରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମେଡ଼ିକାଲ ପରିସରରେ କିଛି ସମୟ ଧରି ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

