ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ

ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡିଆରେ ୬ଷ୍ଠ ଓଡ଼ିଆ ରାଜ୍ୟ ପୁସ୍ତକ ମହୋତ୍ସବ ଆରମ୍ଭ ହୋଇଛି | ମହୋତ୍ସବକୁ ଏକାମ୍ର ବିଧାୟକ ବାବୁ ସିଂହ , ଆଶ୍ରିତ ପଟ୍ଟନାୟକ , ମୁମ୍ବାଇ ଓଡ଼ିଆ ମହାସଂଘ ସଭାପତି ବିପିନ ମିଶ୍ର ,ମାନସ ଦତ୍ତ , ଦୁଷ୍ମନ୍ତ ସ୍ୱାଇଁ ,ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ପ୍ରମୁଖ ଉଦଘାଟନ କରିଛନ୍ତି | ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୁସ୍ତକ ମେଳାରେ 400 ଷ୍ଟଲ ସହିତ ପ୍ରାୟ 200 ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗ ଦେଇଛନ୍ତି |ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ , ଓଡ଼ିଶାରେ ବୁଦ୍ଧ ସ୍ମାରକୀ ,ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରି ତିନୋଟି ଥିମ ପାଭିଲିୟନ ନିର୍ମାଣ କରାଯାଇଛି | ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ଡ଼ ହରେକୃଷ୍ଣ ମହତାବ , ମୁଖ୍ୟମଞ୍ଚକୁ ସ୍ୱନାମଧନ୍ୟ ସାହିତ୍ୟିକ ସାତକଡ଼ି ହୋତା , ମେଳାର ଭିତର ପ୍ରବେଶ ଦ୍ୱାରକୁ କବି ହରିହର ମିଶ୍ର ଏବଂ ମେଳାର ଭିତର ମଞ୍ଚକୁ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ନାମରେ ନାମିତ କରାଯାଇଛି | ଏହାସହ ପୁସ୍ତକ ମେଳାର ବିଭିନ୍ନ ସ୍ଥାନରେ ବିଶିଷ୍ଟ ସାହିତ୍ୟିକଙ୍କ ଫଟୋଚିତ୍ର ସ୍ଥାନିତ କରାଯାଇଛି |

