ରାଜଧାନୀରୁ ମିଳିଲା ଯୁବକଙ୍କ ମୃତଦେହ
ଆଜି ସକାଳେ ରାଜଧାନୀରୁ ମିଳିଛି ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ। ଭୋର ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ଏହି ହତ୍ୟାକାଣ୍ଡ ଘଟିଛି। ଓଭରବ୍ରିଜ ଉପରେ ପଡ଼ିଥିଲା ମୁଣ୍ଡବିହୀନ ମୃତଦେହ। ଘଟଣାସ୍ଥଳରେ ଏକ ସ୍କୁଟି ମଧ୍ୟ ରହିଥିବାର ଦେଖିବାକୁ ମିଳିଥିଲା। ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ କିଏ ଓ କାହିଁକି ଏଭଳି ବିଭତ୍ସ ହତ୍ୟା କଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ ଘଟଣାସ୍ଥଳରେ ଛାନଭିନ ଚଳାଇଛି।ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ ଉପୁଜିଛି।

