ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ
ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଉଦଘାଟନ କରିଛନ୍ତି। ଏହା ପରେ ଆଜି ଜନତା ମଇଦାନରେ ଦିବ୍ୟ ଓ ଭବ୍ୟ ଆୟୋଜନ କରାଯାଇଛି। ଆଜିଠାରୁ ୩ ଦିନ ଅର୍ଥାତ୍ ୧୦ ତାରିଖ ଯାଏ ପ୍ରବାସୀ ଭାରତୀୟ ସମ୍ମେଳନ ଆୟୋଜିତ ହେବ। ଏଣେ ଏଥିରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଏଥିରେ ୭ ହଜାର ପ୍ରବାସୀ ଭାରତୀୟ ସାମିଲ ହେବେ।

