ବିମାନବନ୍ଦରରୁ ୧୦ କେଜି ମାରିଜୁଆନା ଜବତ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଥିବା ୧୦ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ଜବତ ମାମଲାରେ କଷ୍ଟମ୍ ବିଭାଗକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହି ଚୋରା ଚାଲାଣ ପଛରେ ଏକ ବଡ଼ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ କାମ କରୁଛି ବୋଲି ପ୍ରାଥମିକ ସୂଚନା ମିଳିଛି। କାରଣ ଏହି ନିଶା ଜର୍ମାନୀରୁ ପ୍ରୋସେସିଂ ହୋଇ ମାଲେସିଆ ଦେଇ ଭାରତକୁ ଚୋରାରେ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ମାଲେସିଆରୁ ମାଫିଆମାନେ ଏହି ମହିଳା ଚାଲାଣକାରୀଙ୍କ ଜରିଆରେ ଭାରତକୁ ପଠାଉଥିବା ଜଣାପଡ଼ିଛି। ତେଣୁ ଏହି ନିଶା କାରବାର ପଛରେ ଏକ ବଡ଼ ରୢାକେଟ୍ କାମ କରୁଛି ଏବଂ ଭାରତରେ କେହି ଗଡ୍ଫାଦର ଏହି ଚୋରା ଚାଲାଣର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ କରାଯାଉଛି। ତେଣୁ ଗିରଫ ହୋଇଥିବା ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍ ଓ ଅବିଦା ଖାତୁନ୍ଙ୍କୁ ନାର୍କୋଟିକ୍ସ ବିଭାଗର ଅଧିକାରୀମାନେ ଜେରା କରିବେ ବୋଲି ଜଣାପଡ଼ିଛି। ସେହିଭଳି ସେମାନଙ୍କ ସ୍ବାମୀମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ପ୍ରସ୍ତୁତି ଚାଲିଛି।

