ହାଇକୋର୍ଟରେ ଖଣ୍ଡଗିରି ଗୁମ୍ଫା ଜବରଦଖଲ ମାମଲା
ଖଣ୍ଡଗିରି ଗୁମ୍ଫାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାର ଚୂଡାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ଆଉ ୪ ସପ୍ତାହ ସମୟ ଆବଶ୍ୟକ। ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର ପକ୍ଷରୁ ଜବରଦଖଲ ନେଇ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଭଳି ସତ୍ୟପାଠ ଦାଖଲ କରାଯାଇଛି। ଅନ୍ୟପଟେ ଖଣ୍ଡଗିରି ଗୁମ୍ଫାରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

