ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି
ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉ ମାନଙ୍କର ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ । ଖସାପଡା ନୀତି ଶ୍ରୀଜିଉ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ ।ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ପାଇଁ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ନୀତି ଅପରାହ୍ନ ୫ଟାରୁ ରାତି ୧୦ଟା ମଧ୍ୟରେ ଅନୁଷ୍ଠିତ ହେବ ।

