। ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ।
ସୁଭଦ୍ରା ଯୋଜନାର ଶୁଯେଉଁମାନଙ୍କ ଆକାଉଣ୍ଟକୁ ପ୍ରଥମ କିମ୍ବା ୨ୟ କିସ୍ତି ଟଙ୍କା ଯାଇ ନାହିଁ ସେମାନଙ୍କ ପାଇଁ ବଡ ଖବର । ଉପୁମଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ବଡ ସୂଚନା ଦେଇଛନ୍ତି । ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନାହିଁ ସେମାନେ ବ୍ୟସ୍ତ ନହେବା ପାଇଁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା।
ଗତକାଲି ଅର୍ଥାତ ବୁଧବାର ପୁଣି ୩୫ ଲକ୍ଷ ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ମୋହନ ସରକାର । ସେପଟେ ସୁଭଦ୍ରା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆବେଦନ କଲେଣି ୧ କୋଟି ୩ ଲକ୍ଷରୁ ଅଧିକ ମହିଳା। ତେବେ ପ୍ରଶ୍ନ ଉଠୁଛି କେବେ ସୁଦ୍ଧା ଅନ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସବୁ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ପହଞ୍ଚିବ। ଯେଉଁମାନଙ୍କୁ ଆକାଉଣ୍ଟକୁ ଟଙ୍କା ଯାଇ ନାହିଁ ସେମାନେ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯଦି ଜଣେ ଯୋଗ୍ୟ ମହିଳା ଏଥିପାଇଁ ଆବେଦନ କରିଥିବେ ତେବେ ସେ ନିଶ୍ଚୟ ସୁଭଦ୍ରା ଟଙ୍କା ପାଇବେ । ୩ୟ ପର୍ଯ୍ୟାୟରେ ଆକାଉଣ୍ଟରେ ଟଙ୍କା ପହଞ୍ଚିବ। ଯେଉଁମାନଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିନି ସେମାନେ ବ୍ୟସ୍ତ ନହେବାକୁ ପରାମର୍ଶ ଦିଆଯାଇଛି ।
ତେଣୁ ଯିଏ ନପାଇଛନ୍ତି ସେମାନେ ଡିସେମ୍ବର ମାସରେ ଆବେଦନ କଲେ ବି ପ୍ରଥମ କିସ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ମହିଳା। ପ୍ରଥମ କିସ୍ତି ଓ ୨ୟ କିସ୍ତି ଅର୍ଥ ଯାଇସାରିଥିବା ବେଳେ ଯେଉଁ ମାନେ ବି ଆବେଦନ କରିଛନ୍ତି ଯୋଗ୍ୟ ମହିଳାଙ୍କୁ ପର୍ଯ୍ୟାୟ କ୍ରମେ ଟଙ୍କା ପହଞ୍ଚିବ। ଆପଣ ସୁଭଦ୍ରା ପୋର୍ଟଲକୁ ଯାଇ ମଧ୍ୟ ନିଜ ଷ୍ଟାଟସ୍ ବାବଦରେ ଯାଞ୍ଚ କରିପାରିବେ ।
