କେନ୍ଦ୍ର ପରେ ରାଜ୍ୟ ବି ବଢ଼ାଇବ ମାଗଣା ଚାଉଳ ଅବଧି
ନ୍ଦ୍ର ପରେ ରାଜ୍ୟ ବି ବଢାଇବ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ।
ଏପଟେ ରାଜ୍ୟରେ ରାସନ କାର୍ଡର E-KYC ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ପାଖାପାଖି ଆଉ ୧ କୋଟି ଲୋକଙ୍କ E-KYC ବାକି ଅଛି । ୧୫-୨୦ ଦିନ ଭିତରେ E-KYC ସରିଯିବ । ତାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି।
