ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
ଦେଶବ୍ୟାପୀ ପାଳନ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଗୁରୁବାର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମାନସିକ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ।ପ୍ରଥମେ ରୋଗୀମାନଙ୍କୁ ଫଳ ବାଣ୍ଟିବା ଓ ସେମାନଙ୍କ ସହ ଆଲୋଚନା ପରେ ପରେ ବିଭିନ୍ନ ନର୍ସିଂ ଷ୍ଟାଫଙ୍କ ଦ୍ବାରା କରାଯାଇଥିବା ଚିତ୍ରକଳାକୁ ବୁଲି ଦେଖିଥିଲେ ମୁଖ୍ୟବିଚାରପତି। ଏହାପରେ ମାନସିକ ବିଭାଗରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମାନସିକ ରୋଗର ସଠିକ ଚିକିତ୍ସା ଓ ନିରକାରଣ ଦିଗରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା କିପରି ଅଧିକ ହୋଇପାରିବ ତାହା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦେଶ୍ୟ। ଏହାବ୍ୟତୀତ ଆଧ୍ୟାତ୍ମିକ ଶିକ୍ଷା ମେଡିକାଲ ପାଠ୍ୟକ୍ରମରେ ସାମିଲ କରିବା ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଶା ହେଲ୍ଥ ୟୁନିଭର୍ସିଟିର କୁଳପତି ମାନସ ରଞ୍ଜନ ସାହୁ।
ଭାରତରେ ୧୨.୫% ଲୋକଙ୍କଠାରେ ଦେଖାଦେଉଛି ଏହି ମାନସିକ ରୋଗ। ଯଦି ମଣିଷ କୌଣସି ଅଙ୍ଗ କଷ୍ଟ ଅନୁଭବ କରେ ସେହି ଅନୁସାରେ ମସ୍ତିକ ମଧ୍ୟ କଷ୍ଟ ପାଏ। ଯଦି ସେହି ଅଙ୍ଗ ଡାକ୍ତର ଅପରେସନ ପରେ ମଧ୍ୟ ବଞ୍ଚିବାର ସମ୍ଭାବନା କମ୍ ଥାଏ। ଏହା ମାନସିକ କଷ୍ଟକୁ ଦ୍ବିଗୁଣିତ କରେ। କେବଳ ହସ୍ପିଟାଲ ଚିକିତ୍ସା କ୍ଷେତ୍ର ନୁହଁ ବରଂ ନିଜେ ଡାକ୍ତର ମଧ୍ୟ ମାନସିକ, ଶାରୀରିକ ସୁସ୍ଥ ରହିବା ସହ ଯୋଜନା ଆଧାରରେ ସବୁ ସ୍ଥାନରେ ଏହି ଚିକିତ୍ସା ସଚେତନତା କରିବା ଆବଶ୍ୟକ।
ବିଶ୍ୱରେ ବିଭିନ୍ନ ପ୍ରକାର ମାନସିକ ରୋଗ ରହିଛି। ଜିମ୍ ଯିବା ଓ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ମିଳେ। କେବଳ ହସ୍ପିଟାଲରେ ନୁହେଁ ବିଭିନ୍ନ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନରେ ଏହି ସଚେତନତା ବାର୍ତା ଦେବା ମଧ୍ୟ ଆବଶ୍ୟକ। ଜୀବନରେ ବିଭିନ୍ନ ସମୟରେ ମାନସିକ ଚାପ ରହିବ କିନ୍ତୁ ଆମେ ଭାଙ୍ଗି ନ ପଡ଼ି ଏହାର ମୁକାବିଲା କରିବା ଆବଶ୍ୟକ।
ଯେତେବେଳ କର୍ମ କ୍ଷେତ୍ରରେ ମଣିଷ ମଜି ଯାଉଛି ସେହି ସ୍ଥଳରେ ତା’ର ମାନସିକ ସ୍ଥିତି ବିଗିଡିବାର ସମ୍ଭାବନା ରହୁଛି। ସୁସ୍ଥ ରହିବା ପାଇଁ ଶାରୀରିକ ସ୍ବାସ୍ଥ୍ୟ, ମାନସିକ ଓ ସାମାଜିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର।

