ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ଗୁଜଡ଼ିହା ଗାଁର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ବଡ ଗ୍ରୋସରୀ ଦୋକାନ କରିଥିଲେ । ପ୍ରତିଦିନ ଭଳି ଗତକାଲି ଦୋକାନ ବନ୍ଦ ଘରକୁ ଯାଇଥିଲେ । ମାତ୍ର ବିଳମ୍ବିତ ରାତିରେ ଚୋର ମାନେ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରି ଦୋକାନର ସଟରକୁ ଗ୍ୟାସ କଟରରେ କାଟିଥିଲେ । ଏହି ସମୟରେ ଦୋକାନରୁ ଚୋରି କରିବା ସହିତ ନିଆଁ ଲଗାଇଦେଇଥିଲେ । ସ୍ଥାନୀୟ ଲୋକେ ଜାଣିପାରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଗୋଟିଏ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।
