odisha

ବାଙ୍କୀ ମହୋତ୍ସବରେ ବିଜେଡି ଉପରେ ବର୍ଷିଲେ ସମ୍ୱାଦ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ।

Spread the love

ବାଙ୍କୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତରେ ମତୁଆଲା ହେଲେ ଦର୍ଶକ। ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଆମ ଓଡ଼ିଶା ଓ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ମା’ ଚର୍ଚ୍ଚିକାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ସାମ୍ବାଦିକଙ୍କ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜେଡି ଉପରେ ବର୍ଷିଥିଲେ ସୌମ୍ୟରଞ୍ଜନ । ସୌମ୍ୟରଞ୍ଜନ କହିଥିଲେ, ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତାର ବିଜୟ ହୋଇନାହିଁ ବରଂ ଅହଙ୍କାରର ପରାଜୟ ହୋଇଛି । ଏହି ସଭାମଞ୍ଚରେ ମାଟି ବଡ଼ ନା ପାର୍ଟି ବଡ଼ ଭଳି ପ୍ରସଙ୍ଗକୁ ପୁଣିଥରେ ଦୋହରାଇଥିଲେ ସୌମ୍ୟ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କବି ଅମୂଲ୍ୟବାଳା ପଟ୍ଟନାୟକଙ୍କ ରଚିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। କଟକରୁ ଆସିଥିବା ଲାଛିଆ ନୃତ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଅନେକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତରେ ବିଳମ୍ବିତ ରାତି ଯାଏଁ ଝୁମିଥିଲେ ଦର୍ଶକ ।

Leave a Reply

Your email address will not be published. Required fields are marked *