odisha

ଛେଳି ଚରାଳୀଙ୍କ IAS ସ୍ବପ୍ନ

Spread the love

କୁହନ୍ତି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସ୍ୱପ୍ନ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡେ । ଯଦି ଦୃଢ ମନୋବଳ ଥିବ ଆଉ କଠିନ ପରିଶ୍ରମ କରିବାକୁ ପଛଘୁ଼ଞ୍ଚା ଦେବେନି ତେବେ ଆପଣଙ୍କୁ ସଫଳତାରୁ କିଏ ବି ବଞ୍ଚାଇପାରିବେନି ।କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ନିକଟ ଜଙ୍ଗଲ । ଯେଉଁଠି ପାଠପଢାରେ ନିମଗ୍ନ ପଙ୍କଜ କୁମାର ନାଏକ । ପୁରୁଣା ସହର ଗୁଣ୍ଡିଚା ସାହିର ପଙ୍କଜଙ୍କର ଏହା ନିତିଦିନିଆ କାମ । ସକାଳେ ଛେଳିମାନଙ୍କୁ ନେଇ ସେ ଜଙ୍ଗଲକୁ ବାହାରିଯାନ୍ତି । ସେଠାରେ ଛେଳିମାନଙ୍କୁ ଚରାଇବାକୁ ଛାଡି ନିଜେ ପାଠପଢା ଆରମ୍ଭ କରିଦିଅନ୍ତି । ଏଭଳି ଭାବେ ସମ୍ପୂର୍ଣ୍ଣ ସମୟର ଉପଯୋଗ କରିଥାନ୍ତି ପଙ୍କଜ । ଦୀର୍ଘ ଦିନରୁ ଏଭଳି ଭାବେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ପଙ୍କଜ । ଗତଥର ପ୍ରଥମ ଆଟେମ୍ପ୍ଟରେ ସେ ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ, ହେଲେ ମାତ୍ର କିଛି ମାର୍କ ପାଇଁ ମେନ୍ ପରୀକ୍ଷାରୁ ବାଦ୍ ପଡିଥିଲେ । ହେଲେ, ଏଥର ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ଦୃଢ ଆଶା ରଖିଛନ୍ତି ।ଘରର ବଡପୁଅ ପଙ୍କଜ କୁମାର ନାଏକଙ୍କ ମୁଣ୍ଡରେ ରହିଛି ପୁରା ପରିବାର ର ବୋଝ, ଘର ତାଙ୍କର କେନ୍ଦୁଝର ପୁରୁଣା ସହର ଗୁଣ୍ଡିଚା ସାହିରେ । ଘର କହିଲେ ମାତ୍ର ଦୁଇଟି ବଖରା । ସେହି ଘର ଭିତରେ ଗୋଟିଏ ପଟେ ପରିବାର ରହୁଥିବା ବେଳେ, ଅନ୍ୟପଟେ ରହିଛି ଛେଳିଙ୍କ ବାସଗୃହ । ଦିନରେ ଛେଳି ଚରାଇ, ସନ୍ଧ୍ୟାବେଳେ, କିଛି ପିଲାଙ୍କୁ ଟିଉସନ୍ କରି ଯେତିକି ଟଙ୍କା ମିଳେ ସେଥିରେ ଘର ଚଳେ ବୋଲି କହିଛନ୍ତି ପଙ୍କଜଙ୍କ ମା, ପୁଅ ଚାକିରୀ କଲେ ଘରର ଦୁଃଖ ଯିବ ବୋଲି ସେ କହିଛନ୍ତି । ପଙ୍କଜଙ୍କ ପରି ଜଣେ ପ୍ରତିଭାବାନ୍ , ସଚ୍ଚରିତ୍ର ତଥା ଦୃଢମନା ଯୁବକ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Leave a Reply

Your email address will not be published. Required fields are marked *