odisha

ଅନଲାଇନ୍ ଗେମ୍ ପାଇଁ ଆତ୍ମହତ୍ୟା କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ସାଇନା ସାହୁ

Spread the love

ଛାତ୍ରୀଜଣକ ରାମନାଗୁଡ଼ା ହାଇସ୍କୁଲ୍‌ରେ ଶିକ୍ଷା ଅର୍ଜନ କରୁଥିଲେ। କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ। ପରିବାରର ତାଗିଦ୍ ପରେ ବି ସୁଧୁରିନଥିଲେ ସେ। ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା। ଛାତ୍ରୀଜଣକ ଅନ୍ ଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ। ତାଙ୍କ ଅର୍ଥ ପଇଠ କରିବା ପାଇଁ କହିଥିଲେ ନଚେତ୍ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏହି ବିଷୟକୁ ନେଇ ସାଇନାଙ୍କ ଜେଜେମା ଓ ସମ୍ପର୍କୀୟ ତାଙ୍କୁ ତାଗିଦ କରିଥିଲେ। ଅର୍ଥ ନପାଇ ରହୁଥିବା ଘର ଶୈାଚାଳୟରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଥିଲେ ସାଇନା। ସେ ଆତ୍ମହତ୍ୟା କରିଥିବା ଜାଣି ତାଙ୍କ ସମ୍ପର୍କୀୟ ପିଉସୀ ରାମନାଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *