ଧରା ପଡିଲେ ଆପାର୍ଟମେଣ୍ଟ ଲୁଟେରା
ବାଦାମବାଡ଼ି ବିକାଶନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟ ପରିସରରୁ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି ।ସୋମବାର ରାତି ୮ ଟା ପାଖାପାଖି ହୋଇଥିଲା ଲୁଟ । ମାଲଗୋଦାମର ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ କରିଥିଲେ ଦୁବୃର୍ତ୍ତ । ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡ଼ାଇ ଫେରାର ହୋଇ ଯାଇଥିଲେ ଦୁବୃତ୍ତ। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବେ କଟକ ଡିସିପି ।

