odisha

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ୪ ସ୍ଥାନରେ ଚଢ଼ାଉ

Spread the love

ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଲ୍ଲୀପଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍। ବ୍ରହ୍ମପୁର ଓ ଭୁବନେଶ୍ବରର ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ। ଏହି ଚଢାଉରେ ୩ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି), ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ଦ୍ବାରା ଚଢାଉ ଜାରି ରହିଛି।

ନିମ୍ନଲିଖିତ ସ୍ଥାନମାନଙ୍କରେ ଚାଲିଛି ଚଢାଉ:

ବ୍ରହ୍ମପୁର ଧର୍ମନଗରର ସ୍ପେକ୍ଟ୍ରମ ରୟାଲରେ ଥିବା ଏକ ୨ ବିଏଚକେ ଫ୍ଲାଟ,

ମୟୂରୀ ବିହାରରେ ଥିବା ଏକ ଦୁଇ ମହଲା କୋଠା,

ବ୍ରହ୍ମପୁରରେ R&B ଡିଭିଜନ-୧ରେ ଥିବା ଅଫିସ,

ଭୁବନେଶ୍ବର ସହିଦ ନଗରସ୍ଥିତ ଏଭୋସ ଏକ୍ସୋଟିକା ଆପାର୍ଟମେଣ୍ଟରେ ଥିବା ୩ ବିଏଚକେ ଫ୍ଲାଟ।

Leave a Reply

Your email address will not be published. Required fields are marked *