ଦୈନିକ ରାଶିଫଳ
ମେଷ : ସନ୍ତାନ ହେତୁକ କଳହର ଆଶଙ୍କା ରହିଛି । ଆର୍ଥିକ ସମସ୍ୟା ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ । ନିର୍ମାଣ, ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍, ମାଲିମକଦ୍ଦମା ପ୍ରଭୃତିରେ ସଫଳତା ପାଇବେ ।
ବୃଷ : ଆଜି ଅର୍ଥ ଓ ସମ୍ମାନ ସାଙ୍ଗକୁ ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମିଳିବ । ସାମାଜିକ ସ୍ତରରେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି । ପୂର୍ବ ଶତ୍ରୁତାକୁ ଦୋହରାଇ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି ।
ମିଥୁନ : ମାନସିକ ସ୍ଥିତି ଓ ଅସ୍ଥିର ରହିବା ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି ।
କର୍କଟ : ଆଜି ରୋଗପୀଡ଼ା କମ ହେବ ଏବଂ ଋଣ ପରିଶୋଧ ହେବ । କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯାହାକି ନୂତନ ସମସ୍ୟାକୁ ଜନ୍ମଦେଇପାରେ । ଅବଶ୍ୟ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧହେବେ ।
ସିଂହ : ମାନସିକ ସ୍ଥିତି ଭଲ ନ ଥିବାରୁ ପ୍ରତ୍ୟେକ କଥାକୁ ନକାରାମତ୍କ ଦୃଷ୍ଟିକୋଣରୁ ଚିନ୍ତାକରିବେ । ପରକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ଆଜି ଗୃହସୀମା ସମ୍ପର୍କିତ ସମସ୍ୟାଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।
କନ୍ୟା : ବନ୍ଧୁବର୍ଗଙ୍କ ସହ ଖୁସିର ସମୟ କାଟିବେ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଷ୍ପତ୍ତି ବଦଳାଇ ସମାଲୋଚିତ ହେବେ ।
ତୁଳା : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିପାରେ । ବନ୍ଧୁଙ୍କ ସହାୟତାରେ ବହୁ ଯୁକ୍ତିତର୍କ ପରେ ଯାଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
ବିଛା : ଆପଣଙ୍କ କଠୋର ନିଷ୍ପତ୍ତି ପାରିବାରିକ ଜୀବନକୁ ଦୋହଲାଇଦେଇପାରେ । ଆଜି କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଭଲ କାମ କଲେ ମଧ୍ୟ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ ।
ଧନୁ : ଆଜି ସାଙ୍ଗମାନଙ୍କ ସହିତ ବାହାରକୁ ଯାଇପାରନ୍ତି । କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଆଜିର ଦୁଶ୍ଚିନ୍ତାର କାରଣ ହୋଇପାରେ ।
ମକର : ଆପଣଙ୍କ ଅର୍ଥନୈତିକ ପ୍ରଗତି ହେବ । ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇବାରେ ସାମାନ୍ୟ ବିଳମ୍ବ ଘଟିପାରେ । ବିଶେଷ କିଛି କାରଣ ନ ଥାଇ ମଧ୍ୟ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ ।
କୁମ୍ଭ : ଅସମ୍ପୂର୍ଣ୍ଣ କାମକୁ ଆଜି ପୁରାକରି ଆଶ୍ୱସ୍ତି ଅନୁଭବ କରିବେ । ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି । ଧର୍ମକାର୍ଯ୍ୟରେ ବ୍ୟୟ କିମ୍ବା ଦୂରଯାତ୍ରାର ମସୁଧା କରିବେ ।
ମୀନ : ଶତ୍ରୁତାର ଅବସାନ ଘଟିବ । ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ, ପରୋକ୍ଷ ଶତ୍ରୁତା, ବ୍ୟବସାୟିକ ସମସ୍ୟା ଦେଖାଦେଇପାରେ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି ।

