ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍ସନ୍ଙ୍କ ପରଲୋକ
ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍ସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ୱିଡେନରେ ଜନ୍ମିତ କିକି ହାକାନ୍ସନ ୧୯୫୧ ମସିହାରେ ଲଣ୍ଡନରେ ଅନୁଷ୍ଠିତ ପ୍ରଥମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧି ଇତିହାସ ରଚିଥିଲେ। ୧୯୫୧ ମସିହା ଜୁଲାଇ ୨୯ ତାରିଖରେ ଲିସିୟମ୍ ବାଲରୁମ୍ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ପ୍ରଥମେ ବ୍ରିଟେନ୍ ଫେଷ୍ଟିଭାଲ ସହ ଜଡ଼ିତ ଏକକାଳୀନ କାର୍ଯ୍ୟକ୍ରମ ଭାବେ ପରିକଳ୍ପନା କରାଯାଇଥିଲା। ତେବେ ଏହି ପ୍ରତିଯୋଗିତା ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା ଏବଂ କିକିଙ୍କ ବିଜୟ ମିସ୍ ୱାର୍ଲ୍ଡ ପରମ୍ପରାର ଶୁଭାରମ୍ଭ କରିଥିଲା।ଜଣେ ପଥପ୍ରଦର୍ଶକ ଭାବରେ କିକି କେବଳ ଭବିଷ୍ୟତର ପ୍ରତିଯୋଗୀ ସୁନ୍ଦରୀ ରାଣୀମାନଙ୍କ ପାଇଁ ମଞ୍ଚ ପ୍ରସ୍ତୁତ କରି ନ ଥିଲେ ବରଂ ବିଶ୍ୱ ସାଂସ୍କୃତିକ ଦୃଶ୍ୟପଟରେ ଏକ ଆଇକନିକ ବ୍ୟକ୍ତିତ୍ୱ ମଧ୍ୟ ପାଲଟିଥିଲେ।
