ଦେଶ ବିଦେଶ

ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା

Spread the love

ଜାମ୍ମୁ କାଶ୍ମୀରରେ ହାଡ଼ ଭଙ୍ଗା ଶୀତ । ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା । ବରଫରେ ଢାଙ୍କି ହୋଇ ଆହୁରି ସୁନ୍ଦର ଲାଗୁଛି ଧରଣୀ । ଭାରତର ଏହି ଭୂସ୍ବର୍ଗକୁ ଦେଖିବାକୁ ଏବେ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଶୀତ ସାଙ୍ଗକୁ ସକାଳୁ ସକାଳୁ ଦେଖିବାକୁ ମିଳୁଛି ଘନ କୁହୁଡ଼ି । ଡାଲ ହ୍ରଦର ପାଣି ଉପରେ ବରଫର ଚାଦର ଜମିଥିବା ଦେଖିବାକୁ ମିଳିଛି । ଯାହା ନୌକାବିହାର ସମୟରେ ପର୍ଯ୍ୟଟକଙ୍କ ମନ ମୋହୁଛି । ପ୍ରବଳ ଥଣ୍ଡାରେ ହ୍ରଦରେ ଡଙ୍ଗାରେ ବୁଲି ମଜା ନେଉଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *