ରାଜ୍ୟ

ପିକନିକ ଯୋଗୁଁ ପରିବହନ ବିଭାଗ ତରଫରୁ କଟକଣା ଜାରି

Spread the love

ପିକନିକ ଋତୁରେ ମାତ୍ରାଧିକ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା । ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି ହୋଇଛି । ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପୋଲିସ ଓ RTO କର୍ମଚାରୀ ସଜାଗ ରହିବେ । ପିକନିକ୍ ପାଇଁ ଯାଉଥିବା ଗାଡ଼ିର ଫିଟନେସ୍ ସହ RTOରୁ ସ୍ବତନ୍ତ୍ର ଅନୁମତି ଆଣିବାକୁ ପଡ଼ିବ ।

ପିକନିକ୍ ସ୍ପଟ ନିକଟରେ ପରିବହନ କର୍ମଚାରୀ ରହି ଯାଞ୍ଚ କରିବେ । ପିକନିକ୍ ଗାଡ଼ିରେ ଦହନଶୀଳ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ ଓ ବାଣ ଆଦି ନେଇ ହେବ ନାହିଁ । ପିକନିକ୍ ଗାଡ଼ିରେ ଓଭରଲୋଡିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଯଦି ଓଭରଲୋଡିଂ ଥାଏ ଉଭୟ RTO ଓ ପୋଲିସ୍ ମିଶି ଚେକ୍ କରିବେ ।

ଏଥିସହ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ । ଏହି ସ୍ଥିତିରେ ମଧ୍ୟ ଗାଡ଼ି ମାଲିକଙ୍କୁ ଅନ୍ୟ ଡ୍ରାଇଭର ପଠାଇ ଦାୟିତ୍ବ ତୁଲାଇବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *