ସାତକୋଶିଆ ଗଣ୍ଡ ଉପରେ ୩ ଶହ ଫୁଟ ତଳକୁ କୌଣସି ବିମାନ ଉଡାଇବା ଦଣ୍ଡନୀୟ ଅପରାଧ
ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଲା ଏକ ହେଲିକପ୍ଟର । ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡ଼ାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାତକୋଶିଆ ଗଣ୍ଡ ଉପରେ ୩ ଶହ ଫୁଟ ତଳକୁ କୌଣସି ବିମାନ ଉଡାଇବା ଦଣ୍ଡନୀୟ ଅପରାଧ ।ବର୍ତ୍ତମାନ ଘଡ଼ିଆଳ କୁମ୍ଭୀର ରାମସାର ସାଇ ଇଟର ମା ସହ ଇଣ୍ଡିଆନ ସ୍କିମର ପକ୍ଷୀଙ୍କ ମିଳନ ଓ ଅଣ୍ଡା ଦେବା ସମୟ । ଏହି ସମୟରେ ଗଣ୍ଡ ଉପର ଦେଇ ହେଲିକପ୍ଟର ଉଡିବା ଫଳରେ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଉପରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି । ପରିବେଶ ସମ୍ବେଦନଶୀଳ ଅଞ୍ଚଳ ହେବା କାରଣରୁ ନଦୀକୂଳରେ ବାସ କରୁଥିବା ଲୋକଙ୍କୁ ଡଙ୍ଗା ଚ ଚଳାଇବା ସହ ମାଛ ମାରିବାକୁ କଟକଣା ରହିଛି|ଗଣ୍ଡଟି ଅଭୟାରଣ୍ୟର କୋର ଅଞ୍ଚଳରେ ରହୁଥିବା ବେଳେ ଏହା ଉପରେ ଉଡାଣକୁ ନିଷିଦ୍ଧ କରାଯାଇଛି । ଆରସିସିଏଫ ସୁଧାଂଶୁ ଶେଖର ଖୋରା କହିଛନ୍ତି,ଏନେଇ ସିଭିଲ ଆଭିଏସନକୁ ଚିଠି ଲେଖାଯାଇଛି । ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ।

