ନୂଆବର୍ଷରୁ ନୂଆ ବିମାନ ସେବା
ଓଡ଼ିଶା ବିମାନ ଯୋଗାଯୋଗ ସେବା ହେବ ଆହୁରି ସୁଦୃଢ । ନୂଆବର୍ଷରୁ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ । ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା । ତେବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫ଟି ଓ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୪ଟି ନୂଆ ସହରକୁ ଉଡାଣ ଆରମ୍ଭ ହେବାକୁ ଯାଉଛି ।

