ବୁଧବାରଠୁ ରାଜ୍ୟରେ ବର୍ଷା !
ଫେବ୍ରୁଆରୀ ମାସ ଆରମ୍ଭରୁ ହିଁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ରାଜଧାନୀ ଭୁବନେଶ୍ବରରେ ବି ତାତି ଏବେଠୁ ହିଁ ଡରାଇଲାଣି । ଏହାରି ମଧ୍ୟରେ ଆଶ୍ବସ୍ତିକର ଖବର ଆସିଛି । ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୩ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ବିଭାଗ। ସେହିଭଳି ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

