ରାଜ୍ୟ

ଟ୍ରେନ୍ ଭିତରେ ଡେଡବଡ଼ି ,ବ୍ୟବଛେଦ ପାଇଁ ପଠାଇଛି ଆରପିଏଫ

Spread the love

ସମ୍ବଲପୁର -ନାନ୍ଦେଡ଼ ଟ୍ରେନର ପାଇଖାନା ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।  ଗତକାଲି ରାତି ପ୍ରାୟ ୧୦ ଟାରେ ଟ୍ରେନଟି ୱାସିଂ ଲାଇନକୁ ଆସିଥିଲା । ଭୋର ପ୍ରାୟ ୪ଟା ସମୟରେ ଟ୍ରେନକୁ ସଫା କରୁଥିବା ବେଳେ ଟ୍ରେନର ସାଧାରଣ ଡବା ପାଇଖାନା ଭିତରେ ଏକ ମୃତଦେହ ପଡିଥିବା ଦେଖି କର୍ମଚାରୀ ମାନେ ଆରପିଏଫ କୁ ସୂଚନା ଦେଇଥିଲେ ।ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।ପ୍ରାଥମିକ ତଦନ୍ତରୁ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ।

Leave a Reply

Your email address will not be published. Required fields are marked *