ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ସୋ କଜ୍ ନୋଟିସ୍
ଦୀର୍ଘ ୫ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ପୁଣି ଫେରିଥିଲା ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ । କ୍ରିକେଟ୍ କ୍ରେଜ୍ ଯେତିକି ଥିଲା ଟିମ୍ ଇଣ୍ଡିଆ ବି ଭଲ ଖେଳିଲା ଆଉ ଦମଦାର ବିଜୟ ହାସଲ କଲା । ହେଲେ ବିଜୟ ଖୁସି ଭିତରେ ପୁଣି ଦାଗ ରହିଗଲା ବାରବାଟୀ ପାଇଁ । ଗତକାଲି ମ୍ୟାଚର ଉତ୍ସାହ ବେଳେ ଲିଭିଗଲା ଗୋଟିଏ ଷ୍ଟାଣ୍ଡ ଫ୍ଳଡ୍ ଲାଇଟ୍ । ଯେଉଁଥିପାଇଁ ପ୍ରାୟ ଅଧଘଣ୍ଟା ଧରି ଖେଳ ବନ୍ଦ ରହିଲା । ଯାହାକୁ ନେଇ ଆଜି ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଓ ବିଦେଶରେ ବଦନାମ ହୋଇଛି ବାରବାଟୀ ।କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି ନୋଟିସ। କାହିଁକି ଫ୍ଲଡ୍ ଲାଇଟ୍ ବିଭ୍ରାଟ ହେଲା, ୧୦ ଦିନ ଭିତରେ ଜଣାଇବାକୁ ନୋଟିସ ଜାରି ହୋଇଛି । ଏହି ତ୍ରୁଟି ପାଇଁ କେଉଁ ବ୍ୟକ୍ତି ବା ଏଜେନ୍ସୀ ଦାୟୀ ଜାଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିଭଳି ଭବିଷ୍ୟତରେ ଯେପରି ଏହି ତ୍ରୁଟିର ପୁରନରାବୃତ୍ତି ନହୁଏ ସେଥିପାଇଁ କଣ ପଦକ୍ଷେପ ନିଆଯାଇଛି, ତାହା ଜଣାଇବାକୁ କୁହାଯାଇଛି ।

