ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍
ଚଣ୍ଡିଗଡ଼ ମେୟର ନିର୍ବାଚନ ପାଇଁ ବିଜେପି ଏବଂ ଆପ୍-କଂଗ୍ରେସ ମେଣ୍ଟ ମଧ୍ୟରେ ହାଇ ଭୋଲ୍ଟେଜ୍ ଲଢ଼େଇ ଚାଲିଥିଲା। ମେୟର ପଦ ପାଇଁ ଆଜି ପୂର୍ବାହ୍ନ ୧୧.୨୦ ସମୟରେ ଚଣ୍ଡିଗଫଡ଼ ପୌର ନିଗମ ସଭା ଗୃହରେ ଭୋଟ୍ ଗ୍ରହଣ ହୋଇଥିଲା। ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି ଜିତିଛି | ଆପ୍ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍ଲା ବିଜୟୀ ହୋଇଛନ୍ତି। ଆପ୍-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍ ମିଳିଛି।

