ସୁପ୍ରିମ୍କୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା
ସୁପ୍ରିମ୍କୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା।ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଅବସର ନେବା ପରେ ସେମବାର ଦିନ ରାଷ୍ଟ୍ରପତି ଭବନରେ ସେମାବାର ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ଜଷ୍ଟିସ୍ ଖାନ୍ନାଙ୍କ ନାମ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ସୁପାରିସ୍ କରିଥିଲେ। ଯିଏକି ନଭେମ୍ବର ୧୦ ତାରିଖରେ ୬୫ ବର୍ଷ ବୟସରେ ଏହି ପଦରୁ ଅବସର ନେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆସନ୍ତାବର୍ଷ ମେ ମାସେ ୧୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ଭାର ସମ୍ଭାଳିବେ।
