ଦେଶ ବିଦେଶ

ମୁମ୍ବାଇରେ ବାୟୁ ପ୍ରଦୂଷଣ ପାଇଁ ଲାଗିଲା ଗ୍ରାପ୍‌-୪ କଟକଣା

Spread the love

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ କିଛିଦିନ ହେଲା ବାୟୁର ମାନ ହ୍ରାସ ପାଇବାରେ ଲାଗିଛି। ବାୟୁ ପ୍ରଦୂଷଣ ସହରବାସୀଙ୍କ ଅଡ଼ୁଆ ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଆଜି ଗ୍ରାପ୍‌-୪ କଟକଣା ଲାଗୁ କରାଯାଇଛି। ସହରର ଯେଉଁସବୁ ସ୍ଥାନରେ ବାୟୁ ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୨୦୦ ଟପିଛି ସେଠାରେ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବ। ବିଏମ୍‌ସି ମୁଖ୍ୟ ଭୁଷଣ ଗଗରାନି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବୋରିଭେଲି ଇଷ୍ଟ୍ ଏବଂ ବାଇକୁଲା ଅଞ୍ଚଳରେ ସମସ୍ତ ପ୍ରକାର ଘରୋଇ ଓ ସରକାରୀ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ସହରର ଯେଉଁ ସବୁ ଅଞ୍ଚଳରେ ଏକ୍ୟୁଆଇ ୨୦୦ ଟପିବ ସେଠାରେ ଆମେ ଗ୍ରାପ୍‌-୪ ନିୟମ ଅନୁଯାୟୀ ନିର୍ମାଣ କାମ ବନ୍ଦ କରିବୁ।

Leave a Reply

Your email address will not be published. Required fields are marked *