ଦେଶ ବିଦେଶ

ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ମୋଦୀ , ଗରିବଙ୍କୁ ମିଳିବ ଆହୁରି ୨କୋଟି ଘର

Spread the love

ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ମୋଦୀ ସରକାର। ଗରିବଙ୍କୁ ନୂତନ ବର୍ଷରେ ଦେଲେ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବଙ୍କୁ ରହିବା ପାଇଁ ଅଧିକ ୩କୋଟି ଘର ଦେବାକୁ ପ୍ରତିଶୃତି ଦେଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ଇସ୍ତାହାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆଉ ତିନି କୋଟି ଘର ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ୩କୋଟିରୁ ୨କୋଟି ଘର ଗ୍ରାମାଞ୍ଚଳ ଓ ୧କୋଟି ଘର ସହରାଞ୍ଚଳରେ ନିର୍ମାଣ ହେବ । ଏବେ ଏହି ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ବିଜେପି। ଏନେଇ ବର୍ଷ ଆରମ୍ଭରୁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହେବ, ଯାହା ଆସନ୍ତା ତିନି ମାସ ମଧ୍ୟରେ ଅର୍ଥାତ୍ ୩୧ମାର୍ଚ୍ଚ, ୨୦୨୫ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *