ଦେଶ ବିଦେଶ

ଉତ୍ତର-ପୂର୍ବ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ୨୭ ନାଇଜେରିଆ ସୈନିକ ନିହତ

Spread the love

ଗତ ସପ୍ତାହରେ ବେର୍ନୋ ଏବଂ ୟୋବେ ରାଜ୍ୟ ମଧ୍ୟସ୍ଥ ଏକ ଅଂଚଳରେ ଥିବା ବୋକୋ ହରାମ ଓ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍ ) ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଉପରେ ନାଇଜେରିଆ ସୈନିକମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୭୯ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣର ପ୍ରତଶୋଧ ନେବାକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କୁହାଯାଉଛି । ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ କରିଥିବା ଏହି ଆତ୍ମଘାତୀ ଆକ୍ରମଣରେ ଜଣେ ବରିଷ୍ଠ ସେନା କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି । ଏହି ଆକ୍ରମଣରେ ଅନେକ ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *