ପାଣିପାଗ

ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ , ଆସନ୍ତା ୨୬ ଯାଏ ରାଜ୍ୟରେ ଲାଗିରହିବ ବର୍ଷା

Spread the love

ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ । ଆସୁଛି ବଡ଼ ବର୍ଷା । ଦାନା ବାନ୍ଧୁଛି ଲଘୁଚାପ ।ଆସନ୍ତା ୨୬ ଯାଏ ରାଜ୍ୟରେ ଲାଗିରହିବ ବର୍ଷା । ଲଘୁଚାପ ଯୋଗୁ ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଡ୍ରେନରୁ ପାଣି ନିଷ୍କାସନ ପାଇଁ ଆବଶ୍ୟକ ପମ୍ପ ନିୟୋଜିତ କରିବାକୁ କୁହାଯାଇଛି । ସେହିପରି କୌଣସି କ୍ଷୟକ୍ଷତି ଘଟିଲେ ତୁରନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *