‘AI’କୁ ନୂଆ ଅର୍ଥ ଦେଲେ ମୋଦି
ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି । ଲଙ୍ଗ୍ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦି ଆଣ୍ଡ ୟୁଏସ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ପାଇଁ ଏଆଇ ଅର୍ଥ ଆମେରିକୀୟ-ଭାରତୀୟ । ଏହି ଭାବନା ହିଁ ଭାରତ ଓ ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଉଛି ।ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ୫୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ଆମେରିକାର କିଛି ଅଗ୍ରଣୀ କମ୍ପାନୀର CEO ମାନଙ୍କୁ ମୋଦି ସାକ୍ଷାତ କରିଛନ୍ତି । ଏଥିସହ ପାଲେଷ୍ଟାଇନ ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମୋଦି ଭେଟିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ଶେଷ ଦିନ। ଶେଷ ଦିନରେ ନ୍ୟୁ ୟର୍କରେ ମିଳିତ ଜାତିସଂଘରେ ‘‘ସମିଟ୍ ଅଫ୍ ଫ୍ୟୁଚର’’ କୁ ସମ୍ବୋଧିତ କରିବେ ମୋଦି । ମାନବ ଜାତି ପାଇଁ ଶାନ୍ତି ଏବଂ ସୁରକ୍ଷିତ ଭବିଷ୍ୟତ ପ୍ରସଙ୍ଗରେ ଏହି ସମ୍ମିଳନୀ ଆୟୋଜିତ କରାଯାଇଛି ।

