ମହାରାଷ୍ଟ୍ର ନାଗପୁରରେ ପୁଣି ୨ ସଂକ୍ରମିତ ଚିହ୍ନଟ
ଭାରତରେ ମାଡିଚାଲିଛି ଚୀନ ଭାଇରସ HMPV । ବଢୁଛି ସଂକ୍ରମଣ । ଦେଶରେ ଆଉ ଦୁଇ ଜଣ HMPV ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ HMPV ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ ଦ୍ବିତୀୟ HMPV ଆକ୍ରାନ୍ତ । ଆଉ ୨ ଆକ୍ରାନ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮ ଜଣ ଚିହ୍ନଟ ହେଲେଣି ।ମହାରାଷ୍ଟ୍ର ସରକାର HMPV ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ କହିବା ମୁତାବକ, ଏହି ଭାଇରସ ସଂକ୍ରମଣ କୋଭିଡ-୧୯ ଭଳି ସ୍ଥିତି ଆସିବ ନାହିଁ ।ପରିସ୍ଥିତି ଉପରେ ନଜର ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । HMPV ସଂକ୍ରମଣ ନେଇ ଚୀନ କୌଣସି ତଥ୍ୟ ଦେଉ ନାହିଁ। ତେବେ ଭାରତ ସରକାର ସଂକ୍ରମଣର ମୁକାବିଲା ପାଇଁ ହାଇଆଲର୍ଟରେ ଅଛନ୍ତି ।
ଭାଇରସର ଲକ୍ଷଣ :
ସାଧାରଣତଃ କାଶିବା, ଛିଙ୍କିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭାଇରସ ବ୍ୟାପିଥାଏ । HMPVର ଏରୋସୋଲ ସଂକ୍ରମଣ ଆଶଙ୍କା କମ୍ ଥିଲେ ବି କାଶ, ଛିଙ୍କ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ମାତ୍ର କିଛିଦିନ ମଧ୍ୟରେ ସାରା ପରିବାରକୁ ସଂକ୍ରମିତ କରିଥାଏ । HMPV ସଂକ୍ରମିତ ଜ୍ୱର, କଫ, କାଶ, ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗିଥାନ୍ତି।

