ଦେଶ ବିଦେଶ

ଚୀନରେ ହାହାକାର ଖେଳାଉଛି ନୂଆ ଭାଇରସ୍ ଏଚଏମପିଭି

Spread the love

ଚୀନରେ ହାହାକାର ଖେଳାଉଛି ନୂଆ ଭାଇରସ୍ ଏଚଏମପିଭି । ସେଠାରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି । ଏହି ଭୂତାଣୁ ଯୋଗୁ ଚୀନରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଆଣ୍ଟିଭାଇରାଲ୍ ଔଷଧର  ଅଭାବ ସୃଷ୍ଟି ହୋଇଛି । ଆଣ୍ଟିଭାଇରାଲ୍ ଔଷଧର କଳା ବଜାରୀ ଆରମ୍ଭ ହୋଇଛି । ପରିସ୍ଥିତି ଏପରି ହେଲାଣି, ଆଣ୍ଟିଭାଇରାଲ୍ ଔଷଧଗୁଡିକ  ୪୧ ଡଲାରରେ ବିକ୍ରି ହେଉଛି । ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।ଚୀନ୍ ଏପର୍ଯ୍ୟନ୍ତ ଏଚଏମପିଭି ମାମଲାର ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ଉହାନରେ ସ୍କୁଲ ବନ୍ଦ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଭୂତାଣୁ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଭାରତ, ମାଲେସିଆ, ଜାପାନ, କାଜାଖସ୍ତାନରେ ମାମଲା ବୃଦ୍ଧି ପାଉଛି । । ଭାରତର ୫ଟି ରାଜ୍ୟରେ ଏପର୍ଯ୍ୟନ୍ତ ୮ଟି ମାମଲା ଚିହ୍ନଟ ହୋଇଛି ।

Leave a Reply

Your email address will not be published. Required fields are marked *